Description
ଚେତନ ଓ ଅବଚେତନରେ ଜୀବନ-ଜଗତ ପ୍ରତି ଦାର୍ଶନିକ ଉଚ୍ଚାରଣରେ ସମୃଦ୍ଧ ନିଜସ୍ୱ ଅଭିଜ୍ଞତାକୁ ଉପାଦାନ ଭାବରେ ବ୍ୟବହାର କରି କଳ୍ପନା ଓ ବାସ୍ତବତାର ବହୁବର୍ଣ୍ଣା ଚିତ୍ର ସମୂହକୁ ଶବ୍ଦ-ସହାୟତାରେ ସମକାଳୀନ ସାମାଜିକ, ସାଂସ୍କୃତିକ, ଦାର୍ଶନିକ ମାନବୀୟ ସମ୍ପର୍କ, ସ୍ଥତିବାଦୀ ସଂଘର୍ଷ, ପରମ୍ପରା-ଆଧୁନିକତାର ଦ୍ୱନ୍ଦ୍ୱ, ନିତ୍ୟ ବିବର୍ତ୍ତନଶୀଳ ପୃଥିବୀରେ ବ୍ୟକ୍ତିର ମନସ୍ତାତ୍ତ୍ୱିକ ସଂଘର୍ଷ, ଜୀବନର ଅର୍ଥ ଓ ବ୍ୟକ୍ତିସତ୍ତାର ସତତ ଅନୁସନ୍ଧାନ ଓ ସର୍ବୋପରି ଜୀବନ, ମୃତ୍ୟୁ, ପ୍ରେମ ଓ ମାନବୀୟ ଅସ୍ଥିତ୍ୱର ଭାବବସ୍ତୁକୁ ଗଳ୍ପ-ଉପନ୍ୟାସରେ ରୂପାୟିତ କରୁଥିବା ବହୁ ମର୍ଯ୍ୟଦାଜନକ ପୁରସ୍କାର ଓ ସମ୍ମାନର ଅଧିକାରୀ, କଥା କାହାଣୀର ସୁଦକ୍ଷ ବିନ୍ଧାଣି ରାମଚନ୍ଦ୍ର ବେହେରା ଓଡ଼ିଆ ସାହିତ୍ୟ ଜଗତର ଆଗଧାଡ଼ିର ଜଣେ ଅନିବାର୍ଯ୍ୟ ଉଚ୍ଚାରିତ ଶ୍ରଦ୍ଧାଶୀଳ ଅପ୍ରତିମ ସିଦ୍ଧ ସାରସ୍ୱତ ସାଧକ। ତାଙ୍କର ସୃଜନ ସମ୍ଭାରରେ ରହିଛି ଆଧୁନିକ, ଉତ୍ତର ଆଧୁନିକ ସମାଜବାଦ, ସ୍ଥତିବାଦ ଓ ବାମାବାଦର ଶାଣିତ ସ୍ୱର। କଥାଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କ କଥନ କଳାର ସୂକ୍ଷ୍ମ ସ୍ପର୍ଶରେ ‘ଏଇଠି ଆକାଶ’ ର ଚରିତ୍ରମାନେ ପାଠକଙ୍କର ଏତେ ନିକଟବର୍ତ୍ତୀ ଯେ ପାଠକମାନେ ସେମାନଙ୍କଠାରୁ ମୁହଁ ବୁଲେଇ ଯାଇ ନ ପାରି ଆବେଗାପ୍ଳୁତ ଭାବରେ ଆଚ୍ଛନ୍ନ ହୋଇ ଯାଆନ୍ତି, କାରଣ ଶିଳ୍ପୀଙ୍କର ଏଇ ଚରିତ୍ରମାନେ କଥା କହନ୍ତି ସ୍ପଷ୍ଟ ଓ ପରିଛନ୍ନ ଭାବରେ ଯେଉଁଥିରେ ରହିଛି ନିଛକ ମନସ୍ତାତ୍ତ୍ୱିକ ବାସ୍ତବତା। ପ୍ରାପ୍ତି-ଅପ୍ରାପ୍ତି-ପ୍ରାପ୍ତି ଓ ପରିପୂର୍ଣ୍ଣତାର ଦରଦ ବିଜଡ଼ିତ ସମ୍ବେଦନାର କାବ୍ୟିକ ସଂଳାପ, ଏଇଠି ଆକାଶ ଯେ ପାଠକୀୟ ଆଦୃତି ଲାଭ କରିବ ତାହା ନିଃସନ୍ଦେହ।
Reviews
There are no reviews yet.