Availability: In Stock

କାହାଣୀ ନୁହେଁ Kahani Nuhen (Odia) Poem

Original price was: ₹195.00.Current price is: ₹149.00.

Category:

Description

ଖାଣ୍ଟି ଓଡ଼ିଆ ଭାଷାରେ, ଆପଣାର ଅନୁଭବ ଓ ଅନୁଭୁତିର ଜୀବନରଙ୍ଗକୁ ଅନ୍ତରଙ୍ଗତାରେ, କଥା-କାହାଣୀର କୁହୁକ ଜାଲରେ ଛନ୍ଦିଦେଇ ପାଠକର ମନ ପ୍ରାଣକୁ ସ୍ପନ୍ଦିତ କରୁଥିବା ଶତାୟୁ ସାରସ୍ୱତ ପୁରୁଷ ଅଚ୍ୟୁତାନନ୍ଦ ପତିଙ୍କର ସୃଜନଶୀଳ ଜୀବନର ଆରମ୍ଭ କାହାଣୀରୁ ନୁହେଁ, ‘କାହାଣୀ ନୁହେଁ’ କବିତାରୁ। କାହାଣୀକୁ ନେଇ ଏହି ଦୀର୍ଘ କବିତା ସେତେବେଳେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିଥିଲା। କାନ୍ତକବି ଓ ଲୋକରତ୍ନ ଡଃ କୁଞ୍ଜବିହାରୀ ଦାସଙ୍କ ପ୍ରେରଣାପ୍ରଦ ମତ ଓ ମନ୍ତବ୍ୟ ସହ ଏହି କବିତାପୁସ୍ତକ ପ୍ରକାଶ ପାଇଥିଲା ୧୯୫୧ ମସିହାରେ। ଆନନ୍ଦର କଥା, ସୁଦୀର୍ଘ ବ୍ୟବଧାନ ପରେ ଏବେ ଏହା ନୂତନ ରୂପରଙ୍ଗରେ ପ୍ରକାଶ ପାଉଛି ବି କେ ପବ୍ଳିକେଶନ୍ସ ପକ୍ଷରୁ ପ୍ରକାଶକ ବିଜୟ କୁମାର ମହାପାତ୍ରଙ୍କର ଆଗ୍ରହରେ। ଯିଏ ପୁରାତନ ଭିତରେ ନୂତନତାର ବାସ୍ନା ବାରି ପାରନ୍ତି। ଆଶା ଓ ବିଶ୍ୱାସ, ଆମର ପ୍ରିୟ ଓ ପ୍ରବୀଣ କଥାକାର ଅଚ୍ୟୁତାନନ୍ଦଙ୍କ ପହିଲି ସୃଜନ ପୁଲକ ଏବର କାବ୍ୟାମୋଦୀ ପାଠକଙ୍କ ପ୍ରାଣରେ ମଧ୍ୟ ନୂତନ ପୁଲକ ଭରିଦେବ।

Reviews

There are no reviews yet.

Be the first to review “କାହାଣୀ ନୁହେଁ Kahani Nuhen (Odia) Poem”

Your email address will not be published. Required fields are marked *