Description
ଭାରତର ମଧ୍ୟ ଯୁଗୀୟ ସାହିତ୍ୟିକମାନଙ୍କ ମଧ୍ୟରେ ସୋମଦେବ ଜଣେ ପଥିତଯଶା ଓ ପ୍ରବୀଣ ସାଧକ। ଏକାଦଶ ଶତାବ୍ଦୀରେ ରଚିତ ତାଙ୍କର ‘ବେତାଳ ପଞ୍ଚବିଂଶତି’ ଅନବଦ୍ୟ କୃତି। ଏହା ତତ୍କାଳୀନ ‘କଥା ସରିତସାଗର’ର ଦ୍ୱାଦଶ ଖଣ୍ଡରେ ପରିବେଷିତ ଏକ ଚିତ୍ତାକର୍ଷକ କାହାଣୀମାଳା। ଐତିହାସିକ ଓ କିମ୍ବଦନ୍ତୀ ମାନଙ୍କରୁ ଗୃହୀତ ଚବିଶ ଗୋଟି ରୋଚକ କାହାଣୀର ସମାହାର। ମୂଳ କାହାଣୀ ଏହାର ସୂତ୍ରଧାରୀ ବିଷୟବସ୍ତୁ। ଏହାର ପ୍ରାଚୀନତା ସେହି ସମୟର ସାମୟିକ କାହାଣୀମାନଙ୍କ ବହୁ ପୂର୍ବରୁ ବୋଲି ଅନୁମାନ କରାଯାଏ। ‘ବେତାଳ ପଞ୍ଚବିଂଶତି’ ଭାରତୀୟ ସାହିତ୍ୟର ଅତିରୋଚକ ଓ ଆମୋଦଦାୟୀ କୃତିମାନଙ୍କ ମଧ୍ୟରେ ଅନ୍ୟତମ। ଏହା ବହୁ ପ୍ରାଦେଶିକ ପ୍ରାନ୍ତୀୟ ଭାଷା ସହିତ ବିଦେଶୀ ଭାଷାରେ ମଧ୍ୟ ଅନୁଦିତ ହୋଇ ଏକ କାଳଜୟୀ ପ୍ରତିଷ୍ଠା ଲାଭ କରିଛି।
Reviews
There are no reviews yet.