Description
ବଳରାମ ଦାସ ଥିଲେ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାରେ ଉପୁଜିଥିବା ସଂକଟର ତ୍ରାଣକର୍ତ୍ତା। ଯୁଗ ଯୁଗ ଧରି ଭାରତରେ ପ୍ରଚଳିତ ଥିବା ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାକୁ ଧ୍ୱଂସ ମୁଖରୁ ରକ୍ଷା କରି ସେ ଦେଶକୁ ଏକ ନୂତନ ପଥ ପ୍ରଦର୍ଶନ କରିଥିଲେ। ସଂସ୍କୃତ ଭାଷା ଓ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିଲେ ହେଁ ସେ ଓଡ଼ିଆ ଭାଷାକୁ ପ୍ରକୃତ ଭାଷା ରୂପେ ସ୍ୱୀକାର କଲେ। ଯୋଗୀ, ଋଷି, ମୁନି, ବ୍ରାହ୍ମଣ ଓ ପଣ୍ଡିତମାନଙ୍କ ପ୍ରତି ତାଙ୍କ ହୃଦୟରେ ଅସୀମ ସମ୍ମାନ ଥିଲେ ହେଁ ଜାତି ବିଚାର ନ କରି ସେ ଭଗବାନଙ୍କର ପ୍ରକୃତ ଭକ୍ତମାନଙ୍କୁ ସମାଜରେ ଶ୍ରେଷ୍ଠ ବୋଲି ଗ୍ରହଣ କରିଥିଲେ। ଶାସନ କ୍ଷେତ୍ରରେ ରାଜାମାନଙ୍କ ଆଧିପତ୍ୟକୁ ଅସ୍ୱୀକାର କରୁ ନ ଥିଲେ ହେଁ ସେମାନଙ୍କର ଅନ୍ୟାୟ ବିଚାରକୁ ମୁଣ୍ଡପାତି ସହି ନେବାକୁ ସେ ପ୍ରସ୍ତୁତ ନ ଥିଲେ। ତାଙ୍କ ମତରେ ସର୍ବବିଧ ଜାତି, ସର୍ବବିଧ ସମାଜ ଓ ସର୍ବବିଧ ସାମାଜିକ ନିୟମର ଉର୍ଦ୍ଧରେ ଶ୍ରୀଜଗନ୍ନାଥ ହିଁ ବିରାଜିତ। ତାଙ୍କରି ଉପରେ ଅଖଣ୍ଡ ବିଶ୍ୱାସ ରଖି ସେ ନିଜକୁ ‘ଶ୍ରୀଜଗନ୍ନାଥଙ୍କ ବେଟା’ ବୋଲି ଘୋଷଣା କଲେ। ଏହି ସମୟରେ ଉତ୍କଳୀୟ ଧାର୍ମିକ ଚେତନା ଓ ସାଂସ୍କୃତିକ ପରମ୍ପରାକୁ ଆଖି ଆଗରେ ରଖି କବି ତାଙ୍କର ପୁରାଣ ସାହିତ୍ୟ ଓ ଗୂଢ଼ତତ୍ତ୍ୱମୂଳକ ସାହିତ୍ୟ ରଚନା କରିଥିଲେ। ତାଙ୍କର ସମସ୍ତ କୃତି ମଧ୍ୟରେ ‘ଜଗମୋହନ ରାମାୟଣ’ ଓ ‘ଲକ୍ଷ୍ମୀପୁରାଣ’ ଶ୍ରେଷ୍ଠ ରଚନା।
Reviews
There are no reviews yet.