Description
ନାରାୟଣ ପଣ୍ଡିତ କୃତ ‘ହିତୋପଦେଶ’ ଆଜକୁ ହଜାର ବର୍ଷରୁ ଊର୍ଦ୍ଧକାଳ ଧରି ଜନମାନସକୁ ଆଚ୍ଛନ କରି ରଖିଛି, ଏଥିରେ ସନ୍ଧେହ ନାହିଁ। ‘ପଞ୍ଚତନ୍ତ୍ର’ ଭଳି ‘ହିତୋପଦେଶ’ ଭାରତୀୟ ସାହିତ୍ୟ ସଂସ୍କୃତିର ଏକ ଅନବଦ୍ୟ କୃତି। ଏଥିରେ ବର୍ଣିତ ଗଳ୍ପମାନଙ୍କରେ ପଶୁପକ୍ଷୀମାନେ ମୁଖ୍ୟସ୍ଥାନ ଗ୍ରହଣ କରିଥିଲେ ମଧ୍ୟ ଗଳ୍ପଗୁଡିକରେ ଥିବା ନୀତିଶିକ୍ଷା ଉଭୟ ଶିଶୁ ଓ ବଡ଼ମାନଙ୍କପାଇଁ କାଳକାଳକୁ ପ୍ରେରଣାଦାୟୀ ସାବ୍ୟସ୍ତ ହୋଇପାରିଛି। ଗଳ୍ପଗୁଡ଼ିକ ଆନନ୍ଦପ୍ରଦାନ ସହ ଆଧୁନିକ ସମାଜର ମଣିଷକୁ ଯଥାର୍ଥରେ ବଞ୍ଚିବାର ମାର୍ଗ ପ୍ରଦର୍ଶନ କରିଥାଏ, ଏଥିରେ ଦ୍ବିମତ ନାହିଁ। ନୀତିଶିକ୍ଷାର ଏକ ଅମୁଲ୍ୟ ନିଧି ହେଉଛି, ‘ହିତୋପଦେଶ’।
Reviews
There are no reviews yet.