Description
ନଦୀ ଲାଗିଲା ଚିନ୍ହା ଚିନ୍ହା। ନଦୀର ଅପର ପାର୍ଶ୍ୱରେ ଥିବା ଘଞ୍ଚ ବନାନୀ, ଦୂର ଦିଗବଳୟ ଯାହା ସ୍ପର୍ଶ କରୁଥିଲା ସେହି ନୀଳ ପର୍ବତ ରାଶିକୁ, ସୂର୍ଯ୍ୟଙ୍କୁ ଧାରଣ କରିଥିବା ନୀଳ ଆକାଶ, ସମସ୍ତେ ଲାଗିଲେ ତାକୁ ଅତି ଆପଣାର। ଅନେକ ଜନ୍ମର ଚିନ୍ହା, ଜନ୍ମ ଜନ୍ମାନ୍ତର ର ଚିନ୍ହା ପ୍ରତୀତ ହେଲା ତାକୁ ସମଗ୍ର ପରିବେଶ। ମାଛରଙ୍କା ଆଉ ବଗ ପକ୍ଷୀଙ୍କ ଭିତରେ ଆବିଷ୍କାର କଲା ସିଏ ଦୁଇଟି ପ୍ରେମସିକ୍ତ ହୃଦୟ କୁ। କାନରେ ଅନୁରଣିତ ହେଲା ଏକ ପରିଚିତ ସ୍ୱର, “ଲଭ କ୍ୟାନ ଟ୍ରାନସେଣ୍ଡ ଏଭରୀ ବ୍ୟାରିଅର”
Reviews
There are no reviews yet.