Description
ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର (୧୯୫୦) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର। ବରିଷ୍ଠ ପ୍ରାବନ୍ଧିକ, ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ, ସମ୍ପାଦକ ତଥା ପ୍ରାଚୀନ ଓ ମଧ୍ୟକାଳୀନ ଓଡ଼ିଆ ସମାଲୋଚନା ସାହିତ୍ୟ କ୍ଷେତ୍ରରେ ଏକ ସୁପ୍ରତିଷ୍ଠିତ ନାମ। ଧର୍ମ ବିଷୟକ ଶ୍ରେଷ୍ଠ ଗବେଷଣା ନିମନ୍ତେ ୧୯୮୨ରେ ଏସ୍ମାନ୍ ମେଡ଼ାଲ୍, ୨୦୦୫ରେ ସମାଲୋଚନା ସାହିତ୍ୟ ନିମିତ୍ତ କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର, ୨୦୧୨ରେ କଳିଙ୍ଗ ଭାରତୀ ସମ୍ମାନ, ଭଞ୍ଜ ଗୌରବ ଉପାଧି, ଡକ୍ଟର ଆଶା ମିଶ୍ର ପ୍ରବନ୍ଧ ସମ୍ମାନ, ୨୦୧୩ରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପରିଷଦ ଦ୍ୱାରା ଶ୍ରୀଜଗନ୍ନାଥ ଚେତନା ଗବେଷକ ସମ୍ମାନ, ୨୦୧୪ରେ ଶ୍ରୀନୀଳାଚଳ ତତ୍ତ୍ୱସନ୍ଧାନ ପରିଷଦଦ୍ୱାରା ତତ୍ତ୍ୱଦର୍ଶୀ ଗବେଷକ ସମ୍ମାନ, ୨୦୧୫ରେ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥା ଦ୍ୱାରା ଶ୍ରୀବଳଭଦ୍ର ସମ୍ମାନ ଓ ୨୦୧୮ରେ ଅରୁଣଜ୍ୟୋତି ଗବେଷଣା ମନ୍ଦିରଦ୍ୱାରା ପ୍ରାଚ୍ୟବିଦ୍ୟା ବିଶାରଦ ସମ୍ମାନାଦି ପ୍ରାପ୍ତ। ସମାଲୋଚନା ତଥା ଗବେଷଣା କ୍ଷେତ୍ରରେ ତାଙ୍କର ଗଭୀର ଜିଜ୍ଞାସାବୋଧ, ପ୍ରଗାଢ଼ ସତ୍ୟନିଷ୍ଠତା, ଯୁକ୍ତିଧର୍ମିତା ତଥା ମୌଳିକତା ସୁସ୍ପଷ୍ଟ। ତାଙ୍କର ଓଡ଼ିଆ ଓ ଇଂରାଜୀ ଭାଷାରେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ବହୁ ପ୍ରବନ୍ଧ ସହିତ ୩୭ଟି ପୁସ୍ତକ ପ୍ରକାଶିତ। ତାଙ୍କର ସାରସ୍ୱତ ସର୍ଜନାଗୁଡ଼ିକ ପାଠକ ତଥା ଗବେଷକମାନଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ। ସମ୍ପ୍ରତି ସଂସ୍କୃତରେ ଲିଖିତ ବିଭିନ୍ନ ସ୍ତବ, ସ୍ତୋତ୍ରାଦିର ସଂଗ୍ରହ କାର୍ଯ୍ୟ, ପ୍ରାଚୀନ ଓ ମଧ୍ୟକାଳୀନ ସାହିତ୍ୟର ସମ୍ପାଦନା ସହ ଶ୍ରୀଜଗନ୍ନାଥ ଗବେଷଣା ସହାୟକ ସୂଚୀ ପ୍ରସ୍ତୁତିରେ ନିମଗ୍ନ। ତାଙ୍କ ଦ୍ୱାରା ସ୍ଥାପିତ “ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ (Institute of Sri Jagannath Studies)” ହେଉଛି ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ବିଭିନ୍ନ ଭାଷାରେ ଲିଖିତ, ପ୍ରକାଶିତ ବହୁ ଦୁର୍ଲ୍ଲଭ ଗ୍ରନ୍ଥ ଓ ପତ୍ରପତ୍ରିକାର ସଂଗ୍ରହାଳୟ ତଥା ଗବେଷଣା କେନ୍ଦ୍ର।
Reviews
There are no reviews yet.