Description
ଧନେଶ୍ୱର ସାହୁଙ୍କର ଜନ୍ମ ୧୯୪୯ ମସିହାରେ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମରେ । ସେ ୧୯୭୪ରୁ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ବିଭିନ୍ନ ସରକାରୀ ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟକରି ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟହୋଇ ୨୦୦୭ ମସିହାରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଅବସର ନେଇଛନ୍ତି । ଜଣେ ପ୍ରାବନ୍ଧିକ, ଅନୁବାଦକ, ସ୍ତମ୍ଭକାର, ହେତୁବାଦୀ ଚିନ୍ତକ ଓ ଗାନ୍ଧୀବାଦୀ ସମାଜ ସଂସ୍କାରକ ଭାବେ ସେ ଓଡିଶା ଓ ଓଡିଶା ବାହାରେ ପରିଚିତ । ଅଦ୍ୟାବଧି ତାଙ୍କର ତେରଟି ପ୍ରବଂଧ ସଂକଳନ, ଦଶଟି ଇଂରାଜୀ ବହିର ଓଡିଆ ଅନୁବାଦ, ଛ’ଟି ଗବେଷଣା ମୂଳକ ପୁସ୍ତକ ଓ ଇଂରାଜୀରେ ପାଞ୍ଚଟି ପ୍ରକାଶିତ ପୁସ୍ତକ ରହିଛି । ଲେଖକ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ (୧୯୭୩), ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୦ରେ ପ୍ରବନ୍ଧ ବିଭାଗରେ), ପେରିୟାର ଆନ୍ତର୍ଜାତିକ ପୁରସ୍କାର (୨୦୧୪), ଓଡିଶା ସରକାରଙ୍କ ବୟୋଜ୍ୟେଷ୍ଠ ନାଗରିକ ସମ୍ମାନ (୨୦୧୭) ମହାତ୍ମା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ସମ୍ମାନ (୨୦୨୪) ଓ ଓଡିଶାର ବିଭିନ୍ନ ଅନୁଷ୍ଠାନ ଓ ସାହିତ୍ୟ ସଂଗଠନଦ୍ୱାରା ପୁରଷ୍କୃତ ଓ ସମ୍ମାନିତ ହୋଇଛନ୍ତି ।
Reviews
There are no reviews yet.