Description
ମୋର ଏହି ପୁସ୍ତକର ଅଧ୍ୟାୟମାନଙ୍କରେ ବିକ୍ଷିପ୍ତଭାବରେ ବର୍ଣ୍ଣିତ ଉପଦେଶଗୁଡ଼ିକୁ କେହି ପ୍ରାମାଣିକ ବିଶ୍ୱାସଯୋଗ୍ୟ ତଥ୍ୟରୂପେ ଶ୍ରଦ୍ଧାସହକାରେ ଗ୍ରହଣ କରିବେ ନାହିଁ ବୋଲି ମୋର ଆଶା ଓ ଅନୁରୋଧ। ଯେଉଁସବୁ ସତ୍ୟର ଆଲୋଚନା ମୁଁ କରିଛି, ସେଗୁଡ଼ିକୁ କେବଳ ଦୃଷ୍ଟାନ୍ତରୂପେ ଗ୍ରହଣକରି ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ପ୍ରବୃତ୍ତି ଓ ସାଧନ ଅନୁଯାୟୀ ସ୍ୱୟଂ ସତ୍ୟର ସନ୍ଧାନ କରିବା ଉଚିତ ହେବ। ମୋର ବିଶ୍ୱାସ ଯେଉଁ ସୀମିତ ଦୃଷ୍ଟାନ୍ତଦ୍ୱାରା ମୁଁ ଏହାକୁ ପରିପୁଷ୍ଟ କରିଛି, ସମସ୍ତଙ୍କ ସହାୟକ ହୋଇପାରିବ। କାରଣ, ଯାହାସବୁ ମୁଁ କହିବାକୁ ଯାଉଛି, ସେଗୁଡ଼ିକ ଅପ୍ରିୟ, ଅପ୍ରକାଶ୍ୟ ହୋଇଥିଲେ ମଧ୍ୟ ମୁଁ ଗୋପନ ରଖିନି କିମ୍ବା ଅପ୍ରଚ୍ଛନ୍ନ ଭାବରେ ସଂକୁଚିତ କରିନି। ମୁଁ ମୋର ପାଠକମାନଙ୍କୁ ମୋ ନିଜସ୍ୱ ଭୁଲ, ଭ୍ରାନ୍ତି ସହିତ ପରିଚିତ କରାଇବାକୁ ସତ୍ୟର ଆଶ୍ରୟ ନେଇଛି। ନିଜର ସଚ୍ଚୋଟପଣିଆ ଦର୍ଶାଇବା ଅପେକ୍ଷା ସତ୍ୟାଗ୍ରହର ବିଜ୍ଞାନସମ୍ମତ ପ୍ରୟୋଗକୁ ସୂଚିତ କରିବାର ଆଗ୍ରହ ରଖେ। ନିଜକୁ ସତ୍ୟାବଧାରଣାରେ ବିଚାର କଲାବେଳେ ସତ୍ୟର କଷଟି ଭଳି କଠୋର ହେବାକୁ ପ୍ରୟାସ କରିବି। ସେହି ପରିପ୍ରେକ୍ଷୀରେ ଅନ୍ୟମାନେ ମଧ୍ୟ ଠିକ୍ ସମାନ ପନ୍ଥା ଆଧାରରେ ନିଜକୁ ଅନୁଶୀଳନ କରିପାରିବେ।
Reviews
There are no reviews yet.