Description
ଗୀତା ହେଉଛି ଶ୍ରୀଭଗବାନଙ୍କ ମୁଖନିସୃତ ବାଣୀ। ଏହା ବିଶ୍ୱର ପ୍ରଥମ ବ୍ରହ୍ମଜ୍ଞାନ ଶାସ୍ତ୍ର, ତଥା ସନାତନ ଆର୍ଯ୍ୟଧର୍ମର ସର୍ବଶ୍ରେଷ୍ଠ ଗ୍ରନ୍ଥ। ସୃଷ୍ଟି ପ୍ରାରମ୍ଭରେ ଶ୍ରୀଭଗବାନ୍ କାଶ୍ୟପ ମହର୍ଷିଙ୍କ ସୁପୁତ୍ର ସୂର୍ଯ୍ୟଦେବଙ୍କୁ ସର୍ବପ୍ରଥମେ ଏହି ବ୍ରହ୍ମଜ୍ଞାନ ଶୁଣାଇଥିଲେ। ପରେ ଅନେକ କାଳ ବ୍ୟବଧାନରେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ନରଶ୍ରେଷ୍ଠ ଭକ୍ତ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ସାବଲୀଳ ଭାବରେ ଏହି ଗୀତା ଜ୍ଞାନ ଶୁଣାଇଲେ। ଏହା ଶ୍ରୀମଦ୍ ଭଗବଦ୍ ଗୀତା ନାମରେ ବିଶ୍ୱବିଖ୍ୟାତ। ଏପରି ଏକ ସର୍ବବ୍ୟାପକ ଧର୍ମଗ୍ରନ୍ଥ ଏ ପୃଥିବୀ ପୃଷ୍ଠରେ ଭକ୍ତ ଅର୍ଜୁନ ଓ ଭଗବାନ୍ ଶ୍ରୀକୃଷ୍ଣଙ୍କୁ କେନ୍ଦ୍ରକରି ସର୍ବଶ୍ରେଷ୍ଠ ଶାସ୍ତ୍ର ରୂପେ ପରିଗଣିତ ହୋଇଛି। ଏହା ଦ୍ୱାପର ଯୁଗରୁ ଉତ୍ପନ୍ନ ହୋଇ ବର୍ତ୍ତମାନ ଏ କଳିଯୁଗ ପର୍ଯ୍ୟନ୍ତ ପ୍ରସାର ଲାଭ କରିଛି ଓ ଏହା ସମସ୍ତ ମାନବ ସମାଜ ପାଇଁ ଭବିଷ୍ୟତରେ ସୁରକ୍ଷିତ ବୋଲି ଆମ୍ଭେମାନେ ସମସ୍ତେ ଦୃଢ଼ ନିଶ୍ଚିତ। ତାତ୍ପର୍ଯ୍ୟ ହେଉଛି, ଭକ୍ତ ଅର୍ଜୁନ ଶ୍ରୀକୃଷ୍ଣଙ୍କର ସଖା ଓ ସେମାନଙ୍କଠାରୁ ସୃଷ୍ଟି ଗୀତା ହେଉଛି ଆମର ସଖା। ଏହା ଆମର ମୁଖ୍ୟ ମନ୍ତ୍ର ହେବା ଉଚିତ୍।
Reviews
There are no reviews yet.