Description
ଆଜି ସେଇ ପ୍ରଶ୍ନବାଚୀ ଶବ୍ଦ ରହିତ ସୀତା ହୃଦୟ ଯେ ନିଜର ମନର କଥାକୁ ସମାଜ ଆଗରେ ପରିପ୍ରକାଶ କରୁଛି ଆଉ ଉତ୍ତରର ଅପେକ୍ଷାରେ, ସସମ୍ମାନରେ, ଅସମ୍ମାନରେ, ପରୀକ୍ଷାରେ, ପରିତ୍ୟାଗରେ ଓ ସ୍ୱାଭିମାନରେ ପ୍ରତ୍ୟେକ ନାରୀ ହୃଦୟରୁ ଉଙ୍କି ମାରୁଛି। ଦେଇପାରିବ ଉତ୍ତର ଏ ସମାଜ? କହିପାରିବ କି, ଯେ ସୀତା ଦହନ ଯଥାର୍ଥ ଥିଲା ବୋଲି? ସୀତା ପରିତ୍ୟାଗ, ସୀତା ଅପହରଣ, ସୀତା ଚରିତ୍ରରେ କଳଙ୍କ, ସୀତା ଓ ଧର୍ମର ସମ୍ପର୍କ, ସୀତା ଓ କର୍ମର ସମ୍ପର୍କ ଓ କର୍ମ ଉପରାନ୍ତେ ଫଳାଫଳମାନଙ୍କ ସହିତ ଓ ସୀତା ବିସର୍ଜନ ସହ ଜଡ଼ିତ ଅନେକ ପ୍ରଶ୍ନ ଏ ସମାଜକୁ, ନିଜରମାନଙ୍କୁ ଓ ମହାଗାଥାର ମହା ରଚୟିତାମାନଙ୍କୁ। କିଛି ପ୍ରଶ୍ନବାଚୀ ଓ କିଛି ଉତ୍ତରହୀନ ଶବ୍ଦରହିତ ନିରବତାମାନଙ୍କୁ, ବୈରାଗ୍ୟ ଓ ଅନୁରାଗରେ ସଜାଡ଼ିବାର ଚେଷ୍ଟାରେ ‘ଅଗ୍ନିପରୀକ୍ଷା’ର ଏ ଆବାହନ। ଭାରତୀୟ ସଂସ୍କୃତି ଓ ସାହିତ୍ୟର ପ୍ରାଣସ୍ପନ୍ଦନ ତଥା ପ୍ରଥମ ରଚିତ ମହାକାବ୍ୟ ‘ରାମାୟଣ’ ଉପରେ ଏକ ଅନ୍ତଦୃଷ୍ଟି ସଂପନ୍ନ ‘ଅଗ୍ନିପରୀକ୍ଷା’ ନାମକ ଏକ ଭିନ୍ନ ମୂଲ୍ୟବୋଧର ପ୍ରତୀକାତ୍ମକ କାବ୍ୟଗ୍ରନ୍ଥ ତା’ର ଜ୍ୱଳନ୍ତ ଦୃଷ୍ଟାନ୍ତ।
Reviews
There are no reviews yet.