Description
ଅଜୟ ମହାପାତ୍ର ବୃତିରେ ଯନ୍ତ୍ରୀ ହେଲେ ମଧ୍ୟ ଗପ, ଉପନ୍ୟାସ ଓ ନାଟକ ରଚନାରେ ସିଦ୍ଧହସ୍ତ। ବର୍ତ୍ତମାନ ସୁଦ୍ଧା ସେ ବାରଟି ଗଳ୍ପ ସଂକଳନ, ଏଗାରଟି ଉପନ୍ୟାସ ଓ ବାଇଶଟି ନାଟକ ରଚନା କରିବା ସହିତ ତିରିଶିରୁ ଊର୍ଦ୍ଧ ସିଭିଲ ଇଞ୍ଜିନିଅରିଂ ଓ ବାସ୍ତୁ ପୁସ୍ତକ ରଚନା କରିଛନ୍ତି। ତାଙ୍କର ପ୍ରତିଟି କାହାଣୀ ଜୀବନ୍ତ ଓ ବର୍ଣ୍ଣନାଶୈଳୀ ସ୍ୱତନ୍ତ୍ର! ତାଙ୍କ ଲେଖାରେ ଥାଏ ଯାଦୁ, ସେ ଯାଦୁରେ ପ୍ରତି ବର୍ଗର ପାଠକ ଆକର୍ଷିତ ହେବାକୁ ବାଧ୍ୟ। ତାଙ୍କର ଦୁଇଟି କାହାଣୀ ସିନେମାରେ ରୂପାନ୍ତରିତ ହୋଇ ଜାତିୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ତାଙ୍କର ଅନେକ ଗଳ୍ପ ଟେଲିସିନେମା, ଟେଲିସିରିଏଲ ଓ ନାଟକରେ ରୂପାନ୍ତର କରାଯାଇଛି। ଜୀବନରେ ଘଟୁଥିବା ଅନେକ ଘଟଣା ଓ ଦୁର୍ଘଟଣା ଚମତ୍କାର ଗପରେ ରୂପାନ୍ତରିତ କରି ପାଠକଙ୍କ ପାଖରେ ପରଷିବାର କଲା ଅଜୟ ମହାପାତ୍ରଙ୍କୁ ଜଣା।
Reviews
There are no reviews yet.