Description

ଆମେ ମଧ୍ୟାହ୍ନ ଭୋଜନ ପରେ ଭୁବନେଶ୍ବର ବାହାରିବା ପାଇଁ ସ୍ଥିର କରିଥିଲୁ। ମୁଁ ଦିନ ଦଶଟା ବେଳକୁ ମୋ ବେଡରୁମ୍ ଖଟ ଉପରେ ବହିଟିଏ ପଢ଼ୁଛି, ଆଶୁ ଆସି ମୋ ପାଖରେ ବସିଲା। ତା’ ମୁଖମଣ୍ଡଳରେ ଦୁଖର ଚିହ୍ନ ସ୍ପଷ୍ଟ ବାରି ହେଇଯାଉଥାଏ। ମୁଁ ଜାଣେ ସେ ଗାଁକୁ ଆସିଲେ ଭୁବନେଶ୍ବର ଫେରିବାକୁ ଜମାରୁ ଚାହେଁନା। ଏଣେତଣେ ଲୁଚେ। ଏଇଥାଇଁ କେତେଥର ମୋଠାରୁ ମାଡ଼ ବି ଖାଇଛି। ମୁଁ ଜାଣିପାରିଲି, ଏଣୁ ତାକୁ ଗାଳି ନ କରି ଗେଲ କଲି। ସେ ଟିକେ ଆଶ୍ବସ୍ତ ହେଲା। କିଛି ସମୟ ବ୍ୟବଧାନରେ ମୋତେ ପ୍ରଶ୍ନ କଲା; ବାପା! ଜେଜେ କ’ଣ ଆକାଶରେ ଷ୍ଟାର୍ ହେଇଯାଇଛନ୍ତି? ହଁ! ଜେଜେ କ’ଣ ଆଉ କେବେ ଫେରିବେନି? ନା! ବିଲ୍ କୁଲ୍ ନାଇଁ! କେବେବି ନାଇଁ? ସେ ପୁଣି ନିରାଶ ହେଇଗଲା। ତଳକୁ ମୁହଁ ପୋତି ମନମାରି ବସିଲା। ମୁଁ ତାକୁ କୋଳକୁ ନେଇ ତା’ ପିଠି ଥାପୁଡ଼ୁଥାଏ। ସେ ପୁଣି ପ୍ରଶ୍ନ କଲା; ବାପା! ଆପଣ କେବେ ଷ୍ଟାର୍ ହେବେ? ମୁଁ ଆଶୁ ପ୍ରଶ୍ନରେ କିଛି ସମୟ ନିର୍ବାକ୍ ହେଇଗଲି। ଆଜି ମୋ ପୁଅ ମୋତେ ପଚାରୁଛି; ବାପା ଆପଣ କେବେ ଷ୍ଟାର୍ ହେବେ! ମୁଁ ତା’ର ଏ ପ୍ରଶ୍ନର କ’ଣ ବା ଉତ୍ତର ଦେବି, ତା’ ପିଠି ଥାପୁଡ଼ି ଥାପୁଡ଼ି କହିଲି; ବାବା! ତୁ ବାପା ହେଇଯା! ମୁଁ ଷ୍ଟାର୍ ହେଇଯିବି!

Additional information

book-author

Reviews

There are no reviews yet.

Be the first to review “Bapa (ବାପା)”

Your email address will not be published. Required fields are marked *