Description

ପରମ ପୂଜନୀୟ ଭାଇ, XXX ଓଡ଼ିଆ ସାହିତ୍ୟକୁ ଆପଣଙ୍କ ଆବିର୍ଭାବ ଅବିସ୍ମରଣୀୟ ଐତିହାସିକ ଘଟନା। ତା’ ପୂର୍ବରୁ ଓଡ଼ିଆ ଉପନ୍ୟାସର ଆରମ୍ଭ ଦିନଠାରୁ କାଁ ଭାଁ ହୋଇ ହାତ ଆଙ୍ଗୁଠିରେ ଗଣି ହେଲା ଭଳି କେତୋଟି ଉପନ୍ୟାସ ଥିଲା, ଅଧିକାଂଶ ଖାଲି ବଡ଼ଗପ, ନାଁକୁ ଉପନ୍ୟାସ। ଓଡ଼ିଶାର ସାଧାରଣ ମଣିଷଙ୍କ ନିରବ ଜୀବନକ୍ରିୟାର ବିଭିନ୍ନ ସମସ୍ୟା, ଦୀର୍ଘଶ୍ବାସ ଆଉ ଲୁହ, ହସ ଆଉ ଆଶାର ବାଲି ଦେଉଳରେ ସାହିତ୍ୟରେ ପଡ଼ି ନ ଥିଲା। ଆପଣଙ୍କ ଉପନ୍ୟାସବାଟେ ଗରିବ ଓଡ଼ିଆଙ୍କ ପାଟି ଫିଟିଲା। ସେ ଡାକି କହିଲା, ଦେଖ ମତେ ମୁଁ ଓଡ଼ିଆ, ମୋ ବିଶିଷ୍ଟତାରେ ମୁଁ ସ୍ବତନ୍ତ୍ର, ସ୍ବାଧୀନ, ମୁଁ କାହା ହାତଗଢ଼ା ଖିଆଲ ନୁହେଁ- ‘ism’ ନୁହେଁ। ମୋ ଦୁଖେ ସୁଖେ ମୁଁ ମର୍ଯ୍ୟାଦାବନ୍ତ। ଚିହ୍ନ ମୋତେ, ମୋ ଦେଶକୁ, ମୋ ସମାଜକୁ।’ ଗୋଟିଏ ସ୍ପଷ୍ଟ, ସ୍ବତନ୍ତ୍ର, ସ୍ବାଧୀନ ଆଭିମୁଖ୍ୟ ନେଇ ଆପଣ ଉପନ୍ୟାସ ଲେଖିବସିଲେ ‘ଭାଷାରେ, ବିନ୍ୟାସରେ, ବିଷୟବସ୍ତୁରେ, ଆକାରରେ ମୋ ବହି ଏଭଳି ହେବ ଯେପରି ପ୍ରତ୍ୟେକ ସାଧାରଣ ଓଡ଼ିଆପଢ଼ା ଲୋକ ତାକୁ ପଢ଼ିବ, ବୁଝିବ, ଖୁସିପାଇବ, ଆପଣାର କରି ଆଦରିନେବ।” ଆପଣଙ୍କ ବହି ଓଡ଼ିଶାର ଘରେ ଘରେ, କିଏ ନ ପଢ଼ିଛି? କିଏ ନ ଖୋଜେ? (ଗୋପିନାଥ ମହାନ୍ତିଙ୍କ ଚିଠିର କିୟଦଂଶ)

Reviews

There are no reviews yet.

Be the first to review “Chithire Chithire Kanhucharan (Odia) ଚିଠିରେ ଚିଠିରେ କାହ୍ନୁଚରଣ”

Your email address will not be published. Required fields are marked *