Description
ଜଗନ୍ନାଥଙ୍କୁ ନେଇ କେତେ କଥା ଉପକଥା । ସେ କେମିତି ଭକ୍ତଙ୍କୁ ଦେଖା ଦିଅନ୍ତି । ଭକ୍ତ ଦାସିଆ ବାଉରୀ ହାତରୁ ନଡ଼ିଆ ନିଅନ୍ତି । ବଳରାମ ଦାସଙ୍କ ପାଇଁ ସମୁଦ୍ରକୂଳ ବାଲିରେ ବଳରାମ ଦାସ ଗଢ଼ିଥିବା ରଥରେ ଉଭା ହୁଅନ୍ତି । ବନ୍ଧୁ ମହାନ୍ତିଙ୍କୁ ସୁନା ଥାଳିରେ ରାତ୍ର ଅର୍ଦ୍ଧରେ ଅବଢ଼ା ପରଷି ଦିଅନ୍ତି ଇତ୍ୟାଦି ଇତ୍ୟାଦି । ଅସରନ୍ତି କଥା, କିମ୍ବଦନ୍ତୀରେ ପୁର୍ଣ ଜଗନ୍ନାଥଙ୍କ ଇତିହାସ । ବୟସ ବଢିବା ସହ ମନରେ ମୋର ପ୍ରଶ୍ନବାଚୀର ଢେଉ । ସତରେ କଣ କାଠର ମୂର୍ତ୍ତିଟାଏ ଏପରି କରିପାରୁଛି ? ତା ହେଲେ ଏ ନିର୍ଜୀବ ହେଲା କିପରି ? ବୋଧହୁଏ ଏହି ନିର୍ଜୀବ ବାହ୍ୟ ଆଭରଣ ତଳେ ଏକ ପ୍ରାଣସତ୍ତା ଛଳଛଳ ହୋଇ ବୋହି ଚାଲିଛି ।
Reviews
There are no reviews yet.