Description
ମନ୍ଦିରରେ ଯିଏ ପୂଜା ହେଉଛନ୍ତି, ସେ ଈଶ୍ୱର ମିଛ। ଏଇଥିପାଇଁ ଯେ ତା’ର ନିର୍ମାଣ ମଣିଷ କରିଛି। ମଣିଷ ଈଶ୍ୱରଙ୍କୁ ତିଆରି କରିବ ଏହା ଠାରୁ ଅଧିକ ମିଛ କଥା ଆଉ କିଛି ନ ହୋଇପାରେ। ଈଶ୍ୱର ମଣିଷକୁ ତିଆରି କରିଥିବେ ଏହା ହୋଇପାରେ। କିନ୍ତୁ ଏହା କିପରି ହୋଇପାରିବ ଯେ ମନୁଷ୍ୟ ଈଶ୍ୱରଙ୍କୁ ତିଆରି କରିଦେବ। କିନ୍ତୁ ଯେତେ ପ୍ରକାରର ମଣିଷ ଅଛନ୍ତି, ସେତେ ପ୍ରକାରର ଈଶ୍ୱର ଆମେ ବନେଇ ସାରିଛୁ। ଏବଂ ଯେତେ ପ୍ରକାରର ମଣିଷ ଅଛନ୍ତି, ସେତେ ପ୍ରକାରର ମନ୍ଦିର ଅଛି, ସେତେ ପ୍ରକାରର ମସ୍ଜିଦ୍ ଅଛି, ସେତେ ପ୍ରକାରର ଗୀର୍ଜାଘର ଅଛି ଏବଂ ମାଲୁମ ନାହିଁ ଏଇମିତି କେତେକଣ ଅଛି। ଏ ସବୁକୁ ମିଶେଇ ଦେଲେ, ଜଣାନାହିଁ କେତେ ପ୍ରକାରର ଈଶ୍ବର ଆମେ ଛିଡ଼ା କରେଇ ଦେଇଛୁ। ଏସବୁ ଈଶ୍ୱର ନିଶ୍ଚିତ ହିଁ ମିଛ।
Reviews
There are no reviews yet.