Description
ସେ ମୋତେ କହୁଥିଲା, ‘ମୁଁ କୁଆଡ଼େ ତା ପ୍ରାଣର’ ରାଜକୁମାର।‘ ତା’ ସହ ମଧ୍ୟ ବେଶ୍ କେତେ ଦିନ ସ୍ୱପ୍ନରେ ଭାସିବାପରେ ଦିନେ ପଚାରିଲି – ‘ରାଜକୁମାରୀ! ଆମେ ଏମିତି ଆଉ କେତେ ଦିନ ଚାନ୍ଦ ପାଖକୁ ଯାଉଥିବା? ସେ କହିଲା – ‘ପିତା ମୋ ବିବାହ ପାଇଁ ସ୍ୱୟଂବରର ଆୟୋଜନ କରୁଛନ୍ତି। ଅନେକ ରାଜକୁମାରଙ୍କ ପାଖକୁ ନିମନ୍ତ୍ରଣପତ୍ର ଯିବ। ତୁମ ପାଖକୁ ମଧ୍ୟ। ହେଲେ ତୁମରି ଗଳାରେ ମୋର ବରଣମାଳା ପଡ଼ିବ। ସ୍ୱୟଂବରପାଇଁ ଅନେକ ରାଜକୁମାର ନିମନ୍ତ୍ରଣପତ୍ର ପାଇଲେ। ହେଲେ ମୋ ସ୍ୱପ୍ନକୁ ଚୁର୍ ମାର୍ କରି ମୋ ପାଖକୁ ଆସିଲାନି ତା’ ପିତାଙ୍କ ପାଖରୁ କୌଣସି ନିମନ୍ତ୍ରଣ ପତ୍ର। ମୁଁ ଠିକ୍ ସମୟରେ ରାଜକୁମାରୀକୁ ଦେଖା କଲି। କହିଲି ତୁମ ପିତା ବୋଧହୁଏ ମୋତେ ଚାହାଁନ୍ତିନି। ତେବେ ଠିକ୍ ଅଛି । ତୁମେ ପ୍ରସ୍ତୁତ ହୁଅ। ତୁମକୁ ମୁଁ ମୋ ମନପବନ ଘୋଡ଼ାରେ ବସେଇ ତୁମ ରାଜ୍ୟରୁ ଲୁଚେଇ ନେଇ ଆସିବି। ଆମେ ଆମ ରାଜ୍ୟରେ ଆମ ପରିବାରରେ ରହିବା।
Reviews
There are no reviews yet.