Description
ଏହି ପୁସ୍ତକଟି ଦୁଇ ଭାଗରେ ବିଭକ୍ତ। ହଠାତ୍ ପର୍ବତ ଶିଖରରୁ ଓହ୍ଲାଇ ପାର୍ବତ୍ୟ ଓ ବଙ୍କା-ଟଙ୍କା ସମତଳ ଜମିକୁ ଅତିକ୍ରମ କରି ଅଜ୍ଞାତ ଗନ୍ତବ୍ୟକୁ ଯିବା ପାଇଁ ଅନବରତ ପ୍ରବାହିତ ହେଉଥିବା ନଦୀର ସ୍ରୋତ ପରି ଲେଖକର ଜୀବନ-କାହାଣୀ ଗ୍ରନ୍ଥର ପ୍ରତିପାଦ୍ୟ ଅଟେ। ଜଣେ ଅତି ସାଧାରଣ ବ୍ୟକ୍ତିର ଏହି କାହାଣୀ, ଜୀବନରେ ସଫଳତା ଏବଂ ଜୀବନର ସଫଳତାକୁ ବିଭିନ୍ନ ଉପାୟରେ ବ୍ୟାଖ୍ୟା କରୁଥିବାବେଳେ ଦର୍ଶାଏ ଯେ ପ୍ରଶାସନିକ ସେବାରେ ଜନସାଧାରଣଙ୍କ ହିତ-ସାଧନରେ କାର୍ଯ୍ୟ କରିବା ପାଇଁ ଅସୀମ ସୁଯୋଗ ଉପଲବ୍ଧ ରହିଛି। ସେହି ସୁଯୋଗର ସଠିକ୍ ସମୟରେ ଅଧିକାଧିକ ବ୍ୟବହାର ଲୋକସେବାରେ ସଂଯୋଜିତ ମଣିଷର ଜୀବନକୁ ଅର୍ଥପୂର୍ଣ କରିଦିଏ, ଏହା ପୁସ୍ତକରେ ପ୍ରାଞ୍ଜଳ ଭାବରେ ଦର୍ଶାଯାଇଛି। ବହିର ପ୍ରଥମ ଭାଗ ଲେଖକଙ୍କ ବାଲ୍ୟକାଳର ଓ ଛାତ୍ର-ଜୀବନର ସଂଘର୍ଷଗୁଡ଼ିକର ନିରୂପଣ ଏବଂ ଅତିଶୟ ପ୍ରେରଣାଦାୟୀ। ସକାରାତ୍ମକତାରେ ପରିପୂର୍ଣ୍ଣ ପ୍ରଶାସନିକ ଜୀବନର କେତେକ ଆକର୍ଷଣୀୟ ଅନୁଭୂତିଗୁଡ଼ିକ ସହିତ ଦ୍ଵିତୀଯ ଭାଗ ପ୍ରତପାଦିତ କରେ ଯେ ମାନବ ଜୀବନ ଏକ ଅସୀମ ସମ୍ଭାବନାର ଭଣ୍ଡାର ଅଟେ, ଯାହାର ଉପଲବ୍ଧି ସହଜରେ ହୋଇ ନପାରେ। ସଚ୍ଚୋଟ ଏବଂ ଶୃଙ୍ଖଳିତ କଠିନ ପରିଶ୍ରମ ମାଧ୍ୟମରେ ଜୀବନରେ ସାଧାରଣ ବ୍ୟକ୍ତିଙ୍କ ପାଇଁ ଅସମ୍ଭବ କିମ୍ବା ଅସାଧାରଣ ମନେ ହେଉଥିବା ଲକ୍ଷ୍ୟଗୁଡ଼ିକ ସହଜରେ ହାସଲ୍ ହୋଇପାରେ। ବିଶେଷ ଭାବରେ ପରିଶ୍ରମ ଓ ପ୍ରତିବଦ୍ଧତାର ସହିତ ସାର୍ବଜନୀକ ଜୀବନରେ ପ୍ରବେଶ କରିବାକୁ ଚାହୁଁଥିବା ଯୁବାପିଢୀଙ୍କ ପାଇଁ ଏହି ବହିଟି ଉପାଦେୟ ହେବ ବୋଲି ଆଶା କରାଯାଏ।
Reviews
There are no reviews yet.