Description
ଡ. ଅରୁଣ କୁମାର ସାହୁ, ମୁଖ୍ୟତଃ ଜଣେ ରାଜନେତା ଭାବରେ ସୁପରିଚି଼ତ। କିନ୍ତୁ ଛାତ୍ର ଜୀବନରୁ ସେ ଜଣେ ସୃଜନଶୀଳ ବ୍ୟକ୍ତିତ୍ୱ। କଥା, କବିତା, ମନନଶୀଳ ଆଲୋଚନା ରଚନା ସହ ସମ୍ପାଦନାରେ ମଧ୍ୟ ସେ ସିଦ୍ଧହସ୍ତ। ମଣିଷ ଚରିତ୍ରଙ୍କୁ ବାଦ୍ ଦେଇ ଓଡ଼ିଆ ଭାଷାରେ ଲିଖିତ ଗଳ୍ପକୁ ନେଇ ସେ ସମ୍ପାଦନା କରିଛନ୍ତି ‘ମଣିଷ ବ୍ୟତିରେକ’ ସଙ୍କଳନ। ଯୁବ କଥା ଶିଳ୍ପୀଙ୍କ ଗଳ୍ପକୁ ନେଇ ସମ୍ପାଦନା କରିଛନ୍ତି ଗଳ୍ପ ସଙ୍କଳନ ‘ଯୁବତ୍ୱ’। ସମ୍ପାଦନାପାଇଁ ରାଜଧାନୀ ପୁସ୍ତକମେଳା ପୁରସ୍କାର ସମେତ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ। ଜଣେ ବାଗ୍ନୀ ଓ ଦର୍ଶନ ସମ୍ବଳିତ ଆଲେଖ୍ୟ ରଚନାପାଇଁ ସେ ସ୍ୱତନ୍ତ୍ର। ଏହି ‘ସାଇତା ସତ’ ସଙ୍କଳନ ତାଙ୍କର ଏକ ଅଭିନବ ପରିକଳ୍ପନା। ନିଜ ଆତ୍ମଜୀବନୀରେ ଜୀବନର ନିଷ୍ଠୁର ସତ୍ୟକୁ ପରିବେଷର କରିଥିବା ବହୁ ବିଶିଷ୍ଟ ଓଡ଼ିଆଙ୍କୁ ଗୋଟିଏ ସୂତ୍ରରେ ଗୁନ୍ଥିଛନ୍ତି ସଙ୍କଳକ ଡ଼. ସାହୁ। ସତ କହିବାକୁ ଓ ସତ ଶୁଣିବାକୁ ସାହାସ ଥିବା ପାଠକମାନଙ୍କପାଇଁ ଏହା ଏକ ଅନବଦ୍ୟ ସଙ୍କଳନ।
Reviews
There are no reviews yet.