Description
ଏହାହିଁ ସମର୍ପଣର ସ୍ୱାଦ। ଅର୍ଜୁନଙ୍କ ପାଇଁ ଗୀତାରେ କୃଷ୍ଣ ଏହାହିଁ ଶିକ୍ଷା ଦେଇଛନ୍ତି ଯେ – ତୁମେ ତୁମର କର୍ତ୍ତା ଭାବକୁ ପୁରାପୁରି ଛାଡ଼ିଦିଅ। କୁହ ଯେ – ଯାହା ତୁ କରିବୁ। ଯଦି ତୁ ମୋତେ ଏ ସଂସାରରେ ରଖିବାକୁ ଚାହୁଁଛୁ ତେବେ ଠିକ୍। ନାଇଁ ଯଦି ଏ ସଂସାରରୁ ନେଇ ଯିବାକୁ ଚାହୁଁଛୁ ତେବେ ବି ଠିକ୍। ଯଦି ମୋତେ ଦୁଖ, ଯନ୍ତ୍ରଣା ଦେବାକୁ ଚାହୁଁଛୁ ତା ହେଲେ ନିଶ୍ଚୟ ସେଥିରେ ତୋର କିଛି ମହତ୍ୱ ଉଦ୍ଦେଶ୍ୟଥିବ। ମୁଁ ସେଥିରେ ବି ରାଜି। ଯାହା ତୁ ଚାହୁଁଛୁ ସବୁ ମୋ ପାଇଁ ପ୍ରସାଦ। ତୁ ରାତି ଦେଲେ ରାତି। ତୁ ଦିନ ଦେଲେ ଦିନ। ଅନ୍ଧାର ଦେଲେ ଖୁସୀ। ଆଲୋକ ଦେଲେବି ଖୁସୀ। ତୋ ହାତକୁ ଛୁଇଁ ଦେଇ ଯଦି ଅନ୍ଧାର ଆସେ ତେବେ ମୋ ପାଇଁ ତାହାମଧ୍ୟ ପ୍ରକାଶ। ଏହିଭଳି ସମର୍ପିତ ଭାବପରେ ଜୀବନରେ ଆଉ ସମସ୍ୟା ରହି ପାରିବ ତ???
Reviews
There are no reviews yet.