Description
ଡକ୍ଟର ସୁବ୍ରତ କୁମାର ପୃଷ୍ଟି ଓଡ଼ିଆ ଭାଷାର ଏକନିଷ୍ଠ ଗବେଷକ ଭାବରେ ସମଗ୍ର ରାଜ୍ୟରେ ପରିଚୟ ସୃଷ୍ଟି କରିଛନ୍ତି। ୟୁଜିସି ବୃତ୍ତି ପାଇ ଗବେଷଣା ସମୟରେ ଦିଲ୍ଲୀଠାରେ ଓଡ଼ିଆ ଭାଷା, ସଂସ୍କୃତି ଓ ସମ୍ୱଳର ରକ୍ଷାପାଇଁ ଯୁବସମାଜଙ୍କ ପ୍ରାଣରେ ଜାତୀୟତାବୋଧର ଉନ୍ମେଷ ନିମନ୍ତେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସନ୍ଦର୍ଭ ପ୍ରସ୍ତୁତ କରି ଉଭୟ ସରକାରି ଓ ବେସରକାରି କମିଟିକୁ ପ୍ରଦାନ କରିଥିଲେ। ତାଙ୍କରି ଗବେଷଣା ଆଧାରରେ ଓଡ଼ିଆ ୫୦୦୦ବର୍ଷ ପ୍ରାଚୀନ ଓ ମୌଳିକ ଭାଷା ବୋଲି ପ୍ରମାଣିତ ହୋଇ ଶାସ୍ତ୍ରୀୟ ମାନ୍ୟତା ପାଇଥିଲା। ଡକ୍ଟର ପୃଷ୍ଟିଙ୍କର ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କୀତ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପୁସ୍ତକ ପାଠକୀୟ ଆଦୃତି ପାଇବା ସହିତ ୫୦ରୁ ଊର୍ଦ୍ଧ୍ୱ ଗବେଷଣା ନିବନ୍ଧ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପତ୍ରପତ୍ରିକାରେ ପ୍ରକାଶଲାଭ କରିଛି। ଭାରତର ସର୍ବପ୍ରାଚୀନ ଲିପି ‘ଠ’ ର ଆବିଷ୍କାର ସହିତ ଗଣନ ସଂଖ୍ୟା ‘ଶୁନ’ର ସର୍ବପ୍ରଥମ ବ୍ୟବହାର ଓଡ଼ିଶାରେ ହୋଇଥିବାର ପ୍ରମାଣ ସହିତ ଖାରବେଳଙ୍କ ଶିଳାଲେଖ ଭାରତର ପ୍ରଥମ ସାହିତ୍ୟ ଭାବରେ ପ୍ରମାଣ କରିପାରିଥିବାରୁ ଓଡ଼ିଶା ପ୍ରତି ଗବେଷକଙ୍କ ଦୃଷ୍ଟିଭଙ୍ଗୀ ବଦଳିଯାଇଛି। ବର୍ତ୍ତମାନ ସେ ‘ଭାରତୀୟ ଲିପିମାଳାର ସୃଷ୍ଟି ଓ ବିକାଶକ୍ରମ’ ଉପରେ ଗବେଷଣା କାର୍ଯ୍ୟ କରୁଛନ୍ତି। ପ୍ରତିବର୍ଷ ‘ଜାତୀୟ ଭାଷା ସମ୍ମିଳନୀ’ ଆୟୋଜନ କରି ଆନ୍ତର୍ଜାତିକ ସ୍ତରରେ ଓଡ଼ିଆ ଭାଷାର ନୂଆଦିଗ ଉପରେ ଆଲୋକପାତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
Reviews
There are no reviews yet.