Description

ପରମାତ୍ମାଙ୍କର ଅନ୍ୱେଷଣ କୌଣସି ଦାର୍ଶନିକ କିମ୍ବା ସିଦ୍ଧାନ୍ତିକ ଅନ୍ୱେଷଣ ନୁହେଁ। ତାଙ୍କୁ ଖୋଜି ବସିବା ସେପରି ଦୁରୂହ ବା କଷ୍ଟସାଧ୍ୟ କାର୍ଯ୍ୟ ମଧ୍ୟ ନୁହେଁ। କେବଳ ମାତ୍ର ପ୍ରାଣର ଆହ୍ୱାନ। ଜଳ ବିନା ତୃଷାର୍ତ୍ତ ଯେପରି ଛଟପଟ ହୁଏ ଅବିକଳ ସେହିପରି ବ୍ୟାକୁଳତା। ଯେପରି କ୍ଷୁଧାର୍ତ୍ତ ଭୋକରେ ମରିଗଲା ଭଳି ଅନୁଭବ କରେ ସେହି ଅନୁଭବ ମଧ୍ୟ ତାଙ୍କ ପାଇଁ। ହଁ, କିନ୍ତୁ ମନେ ରଖିବାକୁ ହେବ ଯେ, ପୋଥିରୁ ପଢ଼ି ପଢ଼ି କିମ୍ବା ସୁନ୍ଦର ସୁନ୍ଦର ଶବ୍ଦ ସବୁ ଘୋଷି ଘୋଷି ତୁମେ ପରମାତ୍ମାଙ୍କ ପାଖରେ ଆଦୌ ପହଂଚି ପାରିବ ନାହିଁ। ଆଜିକାଲି ତ ବହୁତ ପଣ୍ଡିତମାନେ ପ୍ରବଚନ ଦେବାରେ ଲାଗୁଛନ୍ତି। ଇଶ୍ଵରଙ୍କ ସମ୍ବନ୍ଧରେ ଅନର୍ଗଳ ଭାଷଣ ଦେଇ ଯାଉଛନ୍ତି। ହେଲେ ତାହା ହେଲା ତାଙ୍କର ପାଣ୍ଡିତ୍ୟ। ଜ୍ଞାନକୁ ନେଇ ବାକ୍ ଚାତୁରୀ। ସେଥିରେ ପରମାତ୍ମା ମିଳିବେ ନାହିଁ। ତାଙ୍କୁ ପାଇବାକୁ ହେଲେ ତୁମକୁ ମୂଲ୍ୟ ଦେବାକୁ ପଡ଼ିବ। ଆଉ ସେ ମୂଲ୍ୟ ହେଲା ବିରହ ବେଦନା।

Reviews

There are no reviews yet.

Be the first to review “TA BINA SUNYA E JIBANA (ODIA) ତା ବିନା ଶୂନ୍ୟ ଏ ଜୀବନ”

Your email address will not be published. Required fields are marked *