Description

ଏହା ଏକ ସଂଯୋଗ ମାତ୍ର? ଅଥବା ଏହି ଗୂଢ଼ ମିଳନର, କାରଣ ଜନ୍ମର କେଉ ଲୀଳା ଲୁକ୍କାୟିତ ଏ ମୋର ଭିତର? ଯୁଗେ ଯୁଗେ ଯେବେ ଆସ ତୁମ୍ଭେ, ମୁଁ ମଳୟ ଅନିଳ ରୂପରେ, ତୁମ୍ଭକୁ ଆବୋରେ ପ୍ରତି ଥର ଚିରାକୁଳ ବାହୁ ବନ୍ଧନରେ ।। ଯାହାର ସମ୍ମୁଖେ କରିଅଛ ତୁମ୍ଭେ କୁଞ୍ଚିତ ବିମ୍ବ ଅଧର, ସତେ କି ସେଠାରେ ମୁଁ ହିଁ ଥିଲି ଚୁମ୍ବନ-ରସିକ ପ୍ରିୟ ତୋର। ପୁଷ୍ପଙ୍କ କୁଞ୍ଜ ଭବନେ ତପନ ସମାନ ସଦୈବ ମୁଁ ଥିଲି, ଜନ୍ମେ ଜନ୍ମେ ତୁମ୍ଭ ଆଲିଙ୍ଗନ ମୋତେ ଶୀତଳ କରିବ ବୋଲି ।। କଳ୍ପ-କଳ୍ପରେ ପ୍ରଣୟ ଉଦ୍ ବେଳିତ ବକ୍ଷୋଜଙ୍କ ପରେ ମୋତେ, ଆଉଜି ଆତୁର ଚକ୍ଷୁରୁ ମୋହର ଅଶ୍ରୁ ପୋଛି ନିଅ ସତେ! ଯେଉ ଦିଗେ ଯିବ ତୁମ୍ଭେ ଅପଲକ ନୟନ ଆଭାକୁ ଘେନି, ପଦାଙ୍କ ଅନୁସରି ଚାଲୁଥିବି ମୁଁ କାଳ-ଯୁଗକୁ ନ ମାନି ।। ସୁଗନ୍ଧରେ ଆକର୍ଷିତ ମଧୁକର ସମ ସଙ୍ଗତେ ଚାଲିବି, ଅବା ଯେପରି ବିଧୁଙ୍କ ପଛେ ରାହୁ, ସେପରି ଅନୁସରିବି ।।

Reviews

There are no reviews yet.

Be the first to review “URVASHI (ଉର୍ବଶୀ) Odia (B K Classics)”

Your email address will not be published. Required fields are marked *